Posts

ବାଳକେ ମୋର ବୋଲକର-୯

Image
 ପାଖୁଡ଼ା-୦୯ ବାଳକେ ମୋର ବୋଲକର ଗୁରୁବାର ୧୭/୨/୨୦୨୨      ଜଣେ ବ୍ୟକ୍ତି କୋଣସି କାର୍ଯ୍ୟ କଲା ବେଳେ ବା ବିଦ୍ୟାର୍ଥୀଟିଏ ପାଠ ପଢ଼ିବା ବେଳେ ମନକୁ ଉକ୍ତ କାର୍ଯ୍ୟ ବା ପାଠରେ ଲଗାଇବାକୁ କୁହାଯାଏ । ମନର ବୃତ୍ତି ହେଲା ବୁଲିବା । ଆଖି ଚାହିଁଥିବ, ହାତ ଲେଖୁଥିବ କିନ୍ତୁ ମନ ସାରା ସଂସାର ବୁଲି ଆସୁଥିବ । ତେବେ ପାଠ କାନରେ ପଶୁଥିବ କିନ୍ତୁ ଅନ୍ୟ କାନରେ ବାହାରି ଯାଉଥିବ । ପିଲାଟି ପଢ଼ିଲା ପଢ଼ିଲା ପରି ଜଣା ପଡ଼ୁଥିବ କିନ୍ତୁ କିଛି ପଢ଼ୁ ନଥିବ ବା ଶୁଣିଲା ଶୁଣିଲା ପରି ହେଉଥିବ କିନ୍ତୁ କିଛି ଶୁଣୁ ନ ଥିବ । ତା ଶରୀରର ଅଙ୍ଗଭଙ୍ଗି କିନ୍ତୁ ତାହାର ଏ କାର୍ଯ୍ୟକୁ ଧରାପକେଇ ଦିଏ । ତାର ଅଜଣାରେ ତାର ଗୋଡ଼, ପାଦ, ମୁଣ୍ଡ ବା ସାରା ଶରୀର ହଲିବାକୁ ଆରମ୍ଭ କରେ । ଏହି ଶରୀର ହଲିବା ଭାଷାରୁ ତା ଅନ୍ତର୍ମନର ଭାଷା ପଦାକୁ ଆସେ । ଯାହାକୁ ଧରି ତାର ମନକୁ ଏକାଗ୍ର କରେଇବାକୁ ପଡ଼ିଥାଏ । ସେ ସମ୍ପର୍କରେ ଚାଲ ଗପଟିଏ ଶୁଣିବା । ଗପଟି ଏହିପରି....... ମନଯୋଗ      ଜଣେ ସାଧୁଙ୍କ ପାଖକୁ ଜଣେ ଯୁବକ ଆସି କହିଲା ଯେ ସେ ତାଙ୍କ ଠାରୁ ଶିଷ୍ୟତ୍ୱ ଗ୍ରହଣ କରିବାକୁ ଚାହେଁ । ସାଧୁ କହିଲେ ବାବା ଧିରସ୍ଥିର ହୋଇ ବସ । ମୁଁ ଯାହା କହୁଛି ତାକୁ ଧ୍ୟାନର ସହ ଚୁପ୍‌ଚାପ୍ ଶୁଣ । ଏହା କହି ସାଧୁ ସମବେତ ଶ୍ରଦ୍ଧାଳୁ ମାନଙ୍କୁ କିଛି କହିବାକୁ ଲାଗିଲେ । ଯୁବକଟି ସବୁ ଶୁଣୁଥାଏ । ହେଲେ କିଛି ସମୟ ପରେ ତାର ପାଦ ହ...

ବାଳକେ ମୋର ବୋଲକର-୮

Image
 ପାଖୁଡ଼ା-୦୮ ବାଳକେ ମୋର ବୋଲକର ବୁଧବାର ୧୬/୨/୨୦୨୨      ସତ ଏପରି ଏକ ଶବ୍ଦ ଯାହା ସମସ୍ତେ ସମସ୍ତଙ୍କ ଠାରୁ ଆଶା କରନ୍ତି । କିନ୍ତୁ ଏ ଶବ୍ଦକୁ ନିଜେ ନିଜର ସୁବିଧା ଅନୁସାରେ ବ୍ୟବହାର କରନ୍ତି । ସତ ମଧ୍ୟ ଏକ ଆପେକ୍ଷିକ ଶବ୍ଦ ବୋଲି ବି ଅନୁଭବରୁ ଜଣା ପଡ଼େ । ଜଣକ ପାଇଁ ଯାହା ସତ ସେହି ଏକା କଥା ଅନ୍ୟ ଜଣକ ପାଇଁ ମିଥ୍ୟା ସାବିତ ହୋଇ ପାରେ । ସତକୁ ଆଧାର କରି କୋର୍ଟ କଚେରିରେ ବିଚାରକ ମାନେ ନିଜର ନିଷ୍ପତ୍ତି ଶୁଣାଇ ଦୋଷୀ ବା ନିର୍ଦ୍ଦୋଷ ସାବ୍ୟସ୍ତ କରି ଦଣ୍ଡ ବା ପୁରସ୍କାରର ବ୍ୟବସ୍ଥା କରନ୍ତି । କିନ୍ତୁ ବେଳେ ବେଳେ ଦେଖାଯାଏ ମିଥ୍ୟାବାଦୀ ସପକ୍ଷରେ କୋର୍ଟର ରାୟ ଯାଇଛି । ସେଥିପାଇଁ ସତକୁ ମିଛ କରୁଥିବା ପାଇଁ ଓକିଲଟିଏ ନିନ୍ଦିତ ହୁଏ । ତେବେ ଏଠି ଗୋଟିଏ କଥା ମନକୁ ଆସେ ସର୍ବଦା ସତ୍ୟ କହି କ’ଣ ଆଜିକାଲିର ସଂସାରରେ ଚଳି ହେବ? ସେ ସମ୍ପର୍କରେ ଚାଲ ଗପଟିଏ ଶୁଣିବା । ଗପଟି ଏହିପରି....... ସବୁଠାରୁ କଷ୍ଟ କାମ      ଜଣେ ଗୁରୁ ତାଙ୍କ ଶିଷ୍ୟକୁ ଦୀକ୍ଷାନ୍ତ ଉପଦେଶରେ କହିଲେ-ପ୍ରତିଜ୍ଞା କର, ତୁ ସଦାଦେଳେ ସତ କହିବୁ । ଶିଷ୍ୟ ତାହା ମାନିବ ବୋଲି ପ୍ରତିଶୃତି ଦେଇ ଆଶ୍ରମ ଛାଡ଼ିଲା । ଅନେକ ବର୍ଷ ପରେ ଶିଷ୍ୟଟି ସହିତ ଗୁରୁଙ୍କର ଦେଖା ହେଲା । କିଛି ସମୟ କଥା ହେବା ପରେ ଗୁରୁ ପଚାରିଲେ-ତୁ ମୋର ଶେଷ ଉପଦେଶ କନେ ରଖିଛୁ ତ? ଶିଷ୍ୟ କହିଲା-ମୁଁ ମନେ ରଖିଛି ଏବଂ ତାକୁ ଅକ୍ଷରେ ଅକ୍ଷ...

ବାଲକେ ମୋର ବୋଲକର-୭

Image
ବାଲକେ ମୋର ବୋଲକର  ମଙ୍ଗଳବାର ୧୫/୨/୨୦୨୨ “ଧନ ଅର୍ଜନେ ଧର୍ମ କରି । ଧର୍ମେ ପ୍ରାପତ ନରହରି ॥” ଆଜି କାଲି ସମସ୍ତେ ଯେନ ତେନ ପ୍ରକାରେ ଧନ ଅର୍ଜନ କରିବାରେ ତତ୍ପର ଅଛନ୍ତି । ଲକ୍ଷପତି କୋଟିପତି ହେବା ପାଇଁ ଓ କୋଟିପତି ଅରବପତି ହେବା ପାଇଁ ଦିନ ରାତି ଏକ କରି ଦେଉଛନ୍ତି । ଏହି ଧନ ପାଇଁ ସବୁ ନାଟ । ମଣିଷ ଧନ ଅର୍ଜନ କରିବା ପାଇଁ ନରହତ୍ୟା, ନାରୀ ହତ୍ୟା, ଶିଶୁ ହତ୍ୟା ପରି ମହାପାପ କରିବାକୁ ମଧ୍ୟ ପଶ୍ଚାତ୍‌ପଦ ହେଉ ନାହିଁ । ଅସୂର୍ଯ୍ୟପଶ୍ୟା ନାରୀଟିଏ ତାର ଭୂଷଣ ଲଜ୍ଜ୍ୟାକୁ ପରିତ୍ୟାଗ କରି ଦିବାଲୋକରେ ବସ୍ତ୍ର ଭୂଷଣ ପରିତ୍ୟାଗ କରିବାକୁ ମଧ୍ୟ ପଛୋଉ ନାହିଁ । ସବୁ ଦିନ ଖବର କାଗଜରେ ଆୟବହିର୍ଭୁକ୍ତ ସମ୍ପତ୍ତି ଗଦା କରିବା ଅଭିଯୋଗରେ ଶହ ଶହ ଲୋକ ଜେଲ ଯାଉଥିଲେ ମଧ୍ୟ ମଣିଷ ମନରେ ଚେତା ପଶୁନି । ସେ ଜାଣି ପାରୁନି ଏ ଧନ କଣ ପାଇଁ ଅର୍ଜନ କରିବ । ଶ୍ରୀମଦ ଭାଗବତଙ୍କର ଉପରୋକ୍ତ ଅମୂଲ୍ୟ ବାକ୍ୟ ଧନର ବ୍ୟବହାରକୁ ନେଇ କୁହାଯାଇଛି । ସେ ସମ୍ପର୍କରେ ଚାଲ ଗପଟିଏ ଶୁଣିବା। ଗପଟି ଏହିପରି....... ଧନ ଜଣେ ଅତ୍ୟନ୍ତ ଧନୀ ବ୍ୟକ୍ତି ଥିଲେ । ତାଙ୍କ ନାମ ଥିଲା ଧରମ ଦାସ । ଲୋକେ ତାଙ୍କୁ ଧନୀ ଧରମ ଦାସ ବୋଲି ସମ୍ବୋଧନ କରୁଥିଲେ। ସେ ସନ୍ଥ କବୀରଙ୍କର ଜଣେ ଭକ୍ତ ଥିଲେ । ତେଣୁ କବୀରଙ୍କ ନିକଟକୁ ବରାବର ଯିବା ଆସିବା କରୁଥିଲେ । କବୀର ଦାସ କିନ୍ତୁ ସର୍ବଦା ତାଙ୍କୁ ଧରମ ଦାସ ବୋଲି ସମ୍ବୋଧନ କରୁଥିଲେ ।  ଦିନେ କ’ଣ...

ବାଳକେ ମୋର ବୋଲକର-୬

Image
 ବାଳକେ ମୋର ବୋଲକର ସୋମବାର ୧୪/୨/୨୦୨୨ “ବାସାଂସି ଜୀର୍ଣାନି ଯଥା ବିହାୟ ନବାନି ଗୃହ୍ଣାତି ନରୋଽପରାଣି ।  ତଥା ଶରୀରାଣି ବିହାୟ ଜୀର୍ଣା- ନ୍ୟନ୍ୟାନି ସଂଯାତି ନବାନି ଦେହୀ ॥ - ୨/୨୨” ଚିରାବସ୍ତ୍ରକୁ ପରିତ୍ୟାଗ କରି ନୂତନ ବସ୍ତ୍ର ମଣିଷ ଗ୍ରହଣ କରିବା ପରି ଶରୀର ପୁରୁଣା ଓ ନଷ୍ଟ ପ୍ରାୟ ସ୍ଥିତିକୁ ଆସିଗଲେ ଆତ୍ମା ତାକୁ ପରିତ୍ୟାଗ କରି ନୂତନ ଶରୀର ଗ୍ରହଣ କରେ । ଏହାରି ନାମ ମୃତ୍ୟୁ ଦିଆଯାଇଛି । ଏହାକୁ ଭୟ କରିବାର କାରଣ କିଛି ନାହିଁ କିମ୍ବା ଏହାକୁ ନେଇ ଦୁଃଖ କରିବାର କାରଣ କିଛି ନାହିଁ । ଏହା ହିଁ ଜୀବନର ଚରମ ସତ୍ୟ । ଏହାର ଅନୁଭୂତି ହିଁ ଅସଲ ଜ୍ଞାନ । ଏହି ତଥ୍ୟକୁ ଜାଣି , ହୃଦୟଙ୍ଗମ କରି ହଜମ କରିଥିବା ବ୍ୟକ୍ତି ହିଁ ବାସ୍ତବରେ ଜ୍ଞାନୀ । ତେବେ ଏହାକୁ କହିବା ଯେତିକି ସହଜ ତାକୁ ଅନୁଭବରେ ଆଣି ତଦନୁସାରେ ବ୍ୟବହାରରେ ଲଗେଇବା ତାହାଠାରୁ ବହୁଗୁଣରେ କଷ୍ଟ । ସେ ସମ୍ପର୍କରେ ଚାଲ ଗପଟିଏ ଶୁଣିବା । ଗପଟି ଏହିପରି....... ଜ୍ଞାନର ସୂତ୍ର ଜଣେ ଯୁବକ ସଦ୍ ଗୁରୁଙ୍କ ଅନ୍ୱେଷଣରେ ବାହାରିଲେ । ବହୁକଷ୍ଟରେ ଜଣେ ସନ୍ୟାସୀଙ୍କୁ ଭେଟି ଏ ସମ୍ପର୍କରେ ପଚାରନ୍ତେ ସେ କହିଲେ ତୁମେ ଯଦି ଅସଲ ଜ୍ଞାନ ଖୋଜୁଛ ଓ ସେହିଜ୍ଞାନ ନିମନ୍ତେ ଜଣେ ସଦ୍ ଗୁରୁଙ୍କ ଅନ୍ୱେଷଣ କରୁଛ ତେବେ ମୋ ଗୁରୁଙ୍କ ପାଖକୁ ଯାଅ । ଯୁବକ ତାଙ୍କ ପ୍ରଦତ୍ତ ଠିକଣାରେ ଯାଇ ପହଞ୍ଚିଲେ । ଦେଖିଲେ ସେ ଜଣେ ବୃଦ୍ଧ ବ୍ୟକ୍ତି ଓ ସେ ଗୋଟିଏ ମଶାଣିରେ...

ବାଳକେ ମୋର ବୋଲକର-୫

Image
ପାଖୁଡା-୫   ବାଳକେ ମୋର ବୋଲକର ଶନିବାର ୧୨/୨/୨୦୨୨ “କାହିଁକି ଆସିଛୁ ମନ କିସ ନେବା ପାଇଁରେ,  ଆସିଛୁ ଲଙ୍ଗଳା ହୋଇ ଯିବୁ ଶୂନ୍ୟ ହୋଇରେ ।”      ମଣିଷ ଆସିଲା ବେଳେ କିଛି ଧରି ଆସି ନ ଥିଲା କି ଗଲା ବେଳେ କିଛି ନେଇକି ଯିବ ନାହିଁ । ସେଇଥି ପାଇଁ ବିଶ୍ୱର ମହାନ ସମ୍ରାଟ ଆଲେକଜାଣ୍ଡାର କହିଥିଲେ ମୁଁ ମଲା ପରେ ମୋତେ ଯେତେ ବେଳେ କୋକେଇରେ ନେବ ମୋର ହାତ ଦିଇଟାକୁ ତଳକୁ ଓହଳେଇ ଦେବ । ଏହାକୁ ଦେଖି ଲୋକମାନେ ଜାଣିବାକୁ ପାଇବେ ଯେ ରାଜ୍ୟ ଜୟ କରିବାକୁ ଶହ ଶହ ଯୁଦ୍ଧ ଲଢ଼ିଥିବା ଆଲେକଜାଣ୍ଡାର ଯେତେ ସବୁ ସମ୍ପତ୍ତି ସଂଗ୍ରହ କରିଥିଲା ମଲାବେଳେ ସେଥିରୁ କିଛି ନେଇ କି ଗଲା ନାହିଁ । ମଣିଷ ବସ୍ତୁର ଅନିତ୍ୟତା ସମ୍ପର୍କରେ ସବୁ କଥା ଜାଣିବି ବସ୍ତୁ ସଂଗ୍ରହରେ ଦିନ ରାତି ସବୁ ଏକ କରି ଦେଉଛି । କେତେ ରକ୍ତାକ୍ତ ସଂଗ୍ରାମ କରୁଛି । ସେଥି ପାଇଁ କେତେ ଫନ୍ଦି ଫିକର କରୁଛି । କେତେ ଅନାଚାର ଭ୍ରଷ୍ଟାଚାର କରୁଛି । କିନ୍ତୁ ଯେତେବେଳେ ତାର ଏ ପ୍ରିୟ ଶରୀର ବି ତା ସାଥିରେ ଯାଉ ନାହିଁ ସେ ଅର୍ଜ୍ଜନ କରିଥିବା ସମ୍ପତ୍ତି ତା ସାଥିରେ ଯିବ ବୋଲି ସେ ମହାଭାରତ କରୁଛି କାହିଁକି? ସେ ସମ୍ପର୍କରେ ଚାଲ ଗପଟିଏ ଶୁଣିବା । ଗପଟି ଏହିପରି....... ନଶ୍ୱରତା      ଗୋଟିଏ କୁଡ଼ିଆରେ ଜଣେ ବୈରାଗୀ ଗୁରୁ ରହୁଥିଲେ । ଆସବାବପତ୍ର ବୋଲି ତାଙ୍କର କିଛି ନ ଥିଲା । ଘରେ କବାଟ ଲାଗି ନ ଥିଲା । ସେ କହୁଥିଲେ ମ...

ବାଳକେ ମୋର ବୋଲକର-୪

Image
ପାଖୁଡା-୪  ବାଳକେ ମୋର ବୋଲକର ଶୁକ୍ରବାର ୧୧/୨/୨୦୨୨ ଗୀତାରେ କୁହାଯାଇଛି “କର୍ମଣ୍ୟେ ୱାଧିକାରସ୍ତେ ମା ଫଲେଷୁ କଦାଚନ ।” ଅର୍ଥାତ୍ ତୁମର କର୍ମରେ ଅଧିକାର ଅଛି କର୍ମଫଳରେ ନୁହେଁ। କାରଣ ଆମେ କର୍ମ ସିନା କରିବା କର୍ମର ଫଳ ଆମେ ତିଆରି କରିପାରିବା ନାହିଁ । ତାହା ପାଇବାକୁ ଆମକୁ ଆଉଜଣକ ଉପରେ ନିର୍ଭର କରିବାକୁ ପଡ଼ିବ । ଏଣୁ ଆମକୁ ଯେଉଁକାମ କରିବାକୁ ଦିଆ ଯାଉଛି ତାହାକୁ କେମିତି ସୁଚାରୂ ରୂପରେ ସମ୍ପାଦନ କରିବା ଆମେ ସେ ବିଷୟରେ ଚିନ୍ତା କରିବା କଥା, ସେହି କାର୍ଯ୍ୟରେ ମନୋନିବେଶ କରି ଏକାଗ୍ରଚିତ୍ତ ହୋଇ ତାହାକୁ ନିର୍ଭା କରିବା କଥା । କିନ୍ତୁ କାର୍ଯ୍ୟ କରିବା ପୂର୍ବରୁ ଆମେ ଯଦି କର୍ମଫଳ ପ୍ରତି ଆଶୟୀ ହୋଇ ପଡ଼ିବା ତେବେ କର୍ମଟି ଖଣ୍ଡିଆ ହୋଇ ରହିବ କିମ୍ବା କର୍ମ କରିବା ପ୍ରତି ଆମେ ବିମୁଖ ହୋଇ ପଡ଼ିବା । କର୍ମଟି ଯଦି କଷ୍ଟକର ହୋଇଥିବ ତେବେ ଆମର ଏ ବିଚୁକୁଟିଆ ମନ ତାହା ନ କରେଇ ଦେବା ପାଇ ଆମକୁ ଅନେକ ଯୁକ୍ତି ଦେଖେଇବ । ସେ ସମ୍ପର୍କରେ ଚାଲ ଗପଟିଏ ଶୁଣିବା । ଗପଟି ଏହିପରି....... ଲକ୍ଷ୍ୟ ବଡ଼ ନା କାର୍ଯ୍ୟ ଜଣେ ଯୁବକ ଶିଷ୍ୟ ହେବାର ଲକ୍ଷ୍ୟ ନେଇ ଜଣେ ସୁଫି ସନ୍ଥଙ୍କ ନିକଟରେ ପହଞ୍ଚିଲା । ସନ୍ଥଙ୍କୁ ଯାଥାମାନ୍ୟ ପ୍ରଣାମ କରି ପଚାରିଲା, ଆଜ୍ଞା ମୋତେ ଶିଷ୍ୟ ଭାବରେ ଗ୍ରହଣ କରିବେ କି? ସନ୍ଥ କହିଲେ କରିବି, କିନ୍ତୁ ତୁମ ପାଖରେ ଶ୍ରଦ୍ଧା ଅଛି ତ? ଯୁବକ କହିଲା ଆଜ୍ଞା ଅଛି । ସନ୍ଥ କହିଲେ ତେବେ ଗୋଟାଏ କଥା ମ...

ବାଳକେ ମୋର ବୋଲକର-୩

Image
ପାଖୁଡା-୩   ବାଳକେ ମୋର ବୋଲକର ଗୁରୁବାର ୧୦/୨/୨୦୨୨      ବର୍ତ୍ତମାନ ସଂସାରରେ ଲୋଭ, ମାୟା, ମୋହ ଓ ପରଶ୍ରୀକାତରତା ଏମିତି ବଢ଼ିଯାଇଛି ଯେ ମଣିଷ ପଣିଆ ତା ମଧ୍ୟରେ ନିଜର ସ୍ଥିତି ଜାହିର କରିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ସାମାନ୍ୟତମ ସୁଯୋଗ ମିଳୁନାହିଁ । ନିଜେ ବଡ଼ ହେବାର ଉଚ୍ଚାଭିଳାଷକୁ ଚରିତାର୍ଥ କରିବାକୁ ଯାଇ ସେ ଯେକୌଣସି ପାପ କାର୍ଯ୍ୟ କରିବାକୁ ପଶ୍ଚାଦ୍ ପଦ ହେଉ ନାହିଁ । ଜଣଙ୍କ ପିଠିରେ ଚଢ଼ି, ଜଣକ ପେଟକୁ ଲାତ ମାରି, ଜଣକର କୁଡ଼ିଆକୁ ଧୂଳିଶାତ୍ କରି ସେ ସେଠାରେ ଆଲିଶାନ ବଙ୍ଗଳା ଗଢ଼ିବାକୁ ଲାଗି ପଡ଼ୁଛି । ସେ ଜାଣି ପାରୁନି ଯାହା ତାକୁ ହୀରା ପରି ମୂଲ୍ୟବାନ ଲାଗୁଛି ତାହା ଅଙ୍ଗାରର ରୂପାନ୍ତର ମାତ୍ର । ସେ ସମ୍ପର୍କରେ ଚାଲ ଗପଟିଏ ଶୁଣିବା । ଗପଟି ଏହିପରି....... ହୀରା      ପ୍ରଭାତ ସମୟ । ଜଣେ ସାଧୁ ଓ ତାଙ୍କ ଶିଷ୍ୟ ଗୋଟିଏ ଗଛ ମୂଳରେ ବସି ପ୍ରଭାତକୁ ଉପଭୋଗ କରୁଥାଆନ୍ତି । ଆଗରେ ଯାଇଥିବା ରାସ୍ତାରେ କ’ଣ ଗୋଟିଏ ପଡ଼ି ଚକ୍ ଚକ୍ କରୁଥାଏ । ଶିଷ୍ୟ ପାଖକୁ ଯାଇ ଦେଖିଲେ ଓ ଫେରି ଆସି କହିଲେ-ମହାଭାଗ, ଆଗରେ ପଡ଼ିଛି ଏକ ବହୁମୂଲ୍ୟବାନ ବଡ଼ ହୀରା । କେମିତି ଝଲମଲ କରୁଛି ଦେଖନ୍ତୁ । ସାଧୁ କହିଲେ-ମୋତେ ତ ସେମିତି କିଛି ଦିଶୁ ନାହିଁ । ଶିଷ୍ୟ ଅଧିକ କିଛି କହିବା ପୂର୍ବରୁ ସେଠାରେ ପହଞ୍ଚିଲେ ଘୋଡ଼ ସବାର ଦୁଇ ସୈନିକ । ସେହି ହୀରା ଖଣ୍ଡ ପାଖରେ ପହଞ୍ଚିବା କ୍ଷଣି ତାକୁ...