Posts

ବାଳକେ ମୋର ବୋଲକର-୧୬

Image
 ପାଖୁଡ଼ା-୧୬ ବାଳକେ ମୋର ବୋଲକର ସୋମବାର ୦୭/୩/୨୦୨୨ ପରିସ୍ଥିତି ଓ ପରିବେଶରେ ମଣିଷର ବାସ୍ତବ ପରୀକ୍ଷା ହୁଏ । ଶକ୍ତି ଥାଇବି, ଦଣ୍ଡ ଦେବାର ଶକ୍ତି ଥାଇବି କ୍ଷମା ଦେଖାଇ ପାରିବାର ଶକ୍ତି ଯାହା ପାଖରେ ଅଛି ସେହିଁ ପ୍ରକୃତ ଶକ୍ତିବାନ । ଏଥି ପାଇଁ ଭାଗବତ କହନ୍ତି, ଦଣ୍ଡିବା ଶକ୍ତି ଯା’ର ଥାଇ । ସେ ପୁଣି କ୍ଷମା ଆଚରଇ ।  ଏ ସମ୍ପର୍କରେ ଚାଲନ୍ତୁ ଗପଟିଏ ଶୁଣିବା । ଗପଟି ଏହିପରି....... ସହନ ଶକ୍ତି ଆତ୍ମାନନ୍ଦ ଏବ˚ ପ୍ରଜ୍ଞାନନ୍ଦ ନାମରେ ଦୁଇ ଜଣ ସନ୍ନ୍ୟାସୀ ଥିଲେ । ଥରେ ଦୁହେଁ ଗୋଟିଏ ସହରକୁ ବୁଲି ବାହାରିଲେ । ଆତ୍ମାନନ୍ଦ ଆଶ୍ଚର୍ଯ୍ୟ ହେଲେ ଯେତେବେଳେ ଦେଖିଲେ ପ୍ରଜ୍ଞାନନ୍ଦ ଜଣେ ସନ୍ନ୍ୟାସୀ ହୋଇ ବି ପାଖରେ ଏକ ବଡ଼ ଛୁରୀ ରଖିଛନ୍ତି । ପ୍ରଜ୍ଞାନନ୍ଦଙ୍କ ଶରୀର ଗଠନ ଏଭଳି ଥିଲା ଯେ ସେ ସନ୍ନ୍ୟାସୀ କମ୍ ବେଶୀ ଯୋଦ୍ଧା ଭଳି ଦିଶୁଥିଲେ । ଆଉ ସମ୍ଭାଳି ନ ପାରି ବାଟରେ ଆତ୍ମାନନ୍ଦ ପ୍ରଜ୍ଞାନନ୍ଦଙ୍କୁ ସେ ବିଷୟରେ ପଚାରି ଦେଲେ । ପ୍ରଜ୍ଞାନନ୍ଦ ନିରବ ରହିଲେ ।  ଉଭୟେ ଯାତ୍ରା ଆରମ୍ଭ କଲେ । କିନ୍ତୁ ସେମାନଙ୍କ ଯୋଗ ଖରାପ ଥିଲା । କାରଣ ସେମାନେ ବାଟରେ ଦଳେ ଦୁଷ୍ଟ ପ୍ରକୃତିର ଲୋକଙ୍କ ହାବୁଡ଼ରେ ପଡ଼ିଗଲେ । ନିଶାଗ୍ରସ୍ତ ହୋଇଥିବା ସେ ଯୁବକମାନେ ଦୁଇ ସାଧୁଙ୍କୁ ଦେଖି ସେମାନଙ୍କ ସହ ଯାବତୀୟ ଉତ୍ପାତ କଲେ । ଉଭୟ ଆତ୍ମାନନ୍ଦ ଏବ˚ ପ୍ରଜ୍ଞାନନ୍ଦ ସେମାନଙ୍କ ଜୀବନରେ କେବେ ବି ଏଭଳି ଅପମାନ ଓ ଲାଂଛନାର ଶିକା...

ବାଳକେ ମୋର ବୋଲକର-୧୫

Image
 ପାଖୁଡ଼ା-୧୫ ବାଳକେ ମୋର ବୋଲକର ଶୁକ୍ରବାର ୦୪/୩/୨୦୨୨ ଆମେ ସାରା ଜୀବନ ଦିନରାତି ଏକ କରି ଧନ ଅର୍ଜ୍ଜନ କରିବାକୁ ଲାଗିଛେ । ଏଥିନିମନ୍ତେ ମିଛ ଖଚ, ଦୁରାଚାର ଭ୍ରଷ୍ଟାଚାର, ହତ୍ୟା ଲୁଣ୍ଠନ ଆଦି କିଛି ବି କରିବାକୁ ପଶ୍ଚାତ୍ ପଦ ହେଉନାହେଁ । ମାନବିକତାକୁ ବିକିବାକୁ ମଧ୍ୟ ପଛୋଉ ନାହେଁ । ତେବେ ମୃତ୍ୟୁ ପରେ ଏହା କିଛି କାମରେ ଲାଗିବ କି? ଏ ସମ୍ପର୍କରେ ଚାଲନ୍ତୁ ଗପଟିଏ ଶୁଣିବା । ଗପଟି ଏହିପରି....... ସ୍ୱର୍ଗକୁ ବାଟଖର୍ଚ୍ଚ ଥରେ ଜଣେ ଧନୀଲୋକ କୌଣସି ଏକ ଯାତ୍ରାରେ ବାହାରି ଥିଲେ । ସେ ବାଟରେ ବରଗଛ ତଳେ ଜଣେ ସନ୍ଥଙ୍କୁ ଦେଖିଲେ । ସନ୍ଥ ତାଙ୍କ ଅନୁଗାମୀମାନଙ୍କୁ କିଛି କିଛି ପୁଣ୍ୟ ଅର୍ଜନ କରିବା ପାଇଁ ଉପଦେଶ ଦେଉଥିଲେ । ଧନୀ ଲୋକଟି ପୁଣ୍ୟ ଅର୍ଜନ ନକରି ମୋ ଭଳି ଧନ ଅର୍ଜନ କରିବାର ଆବଶ୍ୟକତା ରହିଛି ବୋଲି ସନ୍ଥଙ୍କୁ କହିଲେ । ସନ୍ଥ ଜଣକ ଧୀର ଓ ଶାନ୍ତ ହୋଇ ସେଇ ଧନୀ ଲୋକଟିକୁ କହିଲେ କି ତୁମ୍ଭେ ସାରା ଜୀବନ ଅର୍ଜନ କରିଥିବା ଧନକୁ ତୁମ ମୃତ୍ୟୁପରେ ସ୍ୱର୍ଗଲୋକକୁ ନେଇ ପାରିବ ନାହିଁ । ତୁମେ ଅର୍ଜିଥିବା ସବୁ ଧନକୁ ଏଇ ମର୍ତ୍ତ୍ୟଲୋକରେ ଛାଡ଼ିକି ଯିବାକୁ ହିଁ ପଡ଼ିବ । ସନ୍ଥଙ୍କ ମୁଖରୁ ଏପରି ବାଣୀ ଶୁଣି ଧନୀଲୋକଟି ବ୍ୟସ୍ତ ହୋଇ ପଡ଼ିଲା । ଏମିତି କିଛିଦିନ ବିତିଗଲା । ସେ ସନ୍ଥଙ୍କ କଥା ଭୁଲି ପାରିଲା ନାହିଁ । ଥରେ ସେ ତା’ର ସମସ୍ତ ବନ୍ଧୁବର୍ଗଙ୍କୁ ଡାକି ଏକ ବଡ଼ ସଭା ଓ ଭୋଜିର ଆୟୋଜନ କଲା । ସେଥିରେ ସେ ସେଇ...

ବାଳକେ ମୋର ବୋଲକର-୧୪

Image
 ପାଖୁଡ଼ା-୧୪ ବାଳକେ ମୋର ବୋଲକର ଗୁରୁବାର ୦୩/୩/୨୦୨୨ ସାଧାରଣ ବ୍ୟକ୍ତିଟିଏ ତା ଜୀବନ କାଳ ଭିତରେ ଅନେକ ମିଛ କହେ । ସୁବିଧା ପାଇଲେ ଅନ୍ୟକୁ ଠକେ । କିନ୍ତୁ ସଦାବେଳେ ଆଶା କରେ ଯେ ତାକୁ କେହି ଠକନ୍ତୁ ନାହିଁ । ଠକ ଠକାମୀରେ ପଡ଼ିବା ନିଶ୍ଚିତ । ଏଣୁ ଆମେ ଯଦି ଠକାମୀରେ ପଡ଼ିବା ନାହିଁ ବୋଲି ଭାବୁଛେ ତେବେ ଆମେ ପ୍ରଥମେ କାହାକୁ କୌଣସି ପରିସ୍ଥିତିରେ ଠକିବା ନାହିଁ ବୋଲି ପ୍ରତିଜ୍ଞା କରିବା ଦରକାର । ପୁଣି ସାଧୁବେଶ ଧରି ଲୋକଙ୍କୁ ଠକିବା ସହଜ । ହେଲେ ସୁଧୁବେଶଧାରୀ ଠକ ସାବଧାନ ରହିବା ଦରକାର । କହିଁକି ଏ ସମ୍ପର୍କରେ ଚାଲନ୍ତୁ ଗପଟିଏ ଶୁଣିବା । ଗପଟି ଏହିପରି....... ସାଧୁର ଅଭିନୟ ଗୋଟିଏ ସହରରେ ଜଣେ ବେପାରୀ ଥିଲେ । ସେ ଘରୁ ଦୋକାନକୁ ଯିବା ବାଟରେ ଗୋଟିଏ ମନ୍ଦିର ପଡ଼ୁଥିଲା । ସେଠାରେ ଅଟକି ସେ ପ୍ରତ୍ୟହ ମନ୍ଦିରକୁ ଯାଉଥିଲେ, ଦେବ ଦର୍ଶନ କରି କପାଳରେ ଚନ୍ଦନ ତିଳକ ଲଗାଇ ଦୋକାନକୁ ଯାଉଥିଲେ । ତାଙ୍କ ମୁହଁରେ ସର୍ବଦା ଭଗବାନଙ୍କ ନାମ ରହୁଥିଲା । ଏଣେ ବେପାର ମଧ୍ୟ ବହୁତ ଭଲ ଚାଲୁଥିଲା । ସେ କହୁଥିଲେ ଏହା ତାଙ୍କ ଈଶ୍ୱର ଭକ୍ତିର ଫଳ । ଦିନେ ହଠାତ୍ ତାଙ୍କର ପରଲୋକ ହୋଇଗଲା । ଯମଦୂତମାନେ ତାଙ୍କ ଆତ୍ମାକୁ କିଛି କ୍ଷଣ ଲାଗି ସ୍ୱର୍ଗ ଦର୍ଶନ କରାଇ ନର୍କକୁ ଫେରାଇ ନେବାକୁ ବସିଲେ । ଏହା ଦେଖି ବେପାରୀଙ୍କ ଆତ୍ମା ଚିତ୍କାର କଲା-ଅନ୍ୟାୟ! ମୁଁ ଜୀବନ ଯାକ ଦେବ ଦର୍ଶନ କରିଛି, ମନ୍ଦିର ଯାଇଛି, ପ୍ରାର୍ଥନା କରିଛି...

ବାଳକେ ମୋର ବୋଲକର-୧୩

Image
 ପାଖୁଡ଼ା-୧୩ ବାଳକେ ମୋର ବୋଲକର ବୁଧବାର ୦୨/୩/୨୦୨୨ ଜନ୍ମ ମରଣ ଚକ୍ରରେ ପଡ଼ିଛି ଜୀବ । ପୁନରପି ଜନମଂ ପୁନରପି ମରଣମ୍ ପୁନରପି ଜନନୀ ଜଠରେ ଶୟନମ୍ । ଜନ୍ମ ମରଣ ଚକ୍ରର ଅସରନ୍ତି ରାସ୍ତାରେ ଚାଲୁଛି ଜୀବ । ବାର ବାର ଜନ୍ମ ନେଉଛି ବାରବାର ମୃତ୍ୟୁ ଲଭୁଛି । ଯଦିଓ ଏ ଚକ୍ରରୁ ମୁକ୍ତି ପାଇବା ପାଇଁ ଭଗବାନ ମଧ୍ୟ ବାଟ ନିଦ୍ଦିଷ୍ଟ କରି ଦେଇଛନ୍ତି ତଥାପି ବାରମ୍ବାର ଜୀବ ତାକୁ ଭୁଲୁଛି । ପଥ ହୁଡ଼ୁଛି । ନିଜେ ନିଜ ପାଇଁ ବାଟ ତିଆରି କରିବାକୁ ବୃଥା ପ୍ରୟାସ କରୁଛି । ସେ ଭୁଲି ଯାଉଛି- “ଇଛନ୍ତି ଦାମ୍ଭିକେ ହସ୍ତେ ରଖିବାକୁ ସମସ୍ତଙ୍କ ଭାଗ୍ୟ ଡ଼ୋରୀ, ନିଜ ଭାଗ୍ୟ ଡ଼ୋରୀ ଭାଗ୍ୟ ହସ୍ତେ ଅଛି ଦିଅନ୍ତି ହେଳେ ପାଶୋରି ।” ଏ ସମ୍ପର୍କରେ ଚାଲନ୍ତୁ ଗପଟିଏ ଶୁଣିବା । ଗପଟି ଏହିପରି....... ବିଡ଼ମ୍ବନା ଆରବର ଜଣେ ରାଜା ଅତି ଦୁଷ୍ଟ ଥିଲେ । ଥରେ ସେ ନିଜ ପଡ଼ୋଶୀ ରାଜ୍ୟକୁ ଅଧିକାର କରିନେବା ଲାଗି ଉପାୟ ପାଞ୍ଚିଲେ ଏବଂ ସେଠାକାର ରାଜାଙ୍କୁ ଭୋଜନ ଲାଗି ଆମନ୍ତ୍ରଣ କଲେ । ଭୋଜନ ପରେ ବାହାନା କରି ତାଙ୍କୁ ଏକ ବିରାଟ କୋଠା ମଧ୍ୟକୁ ନେଇଗଲେ । ତାହା ପ୍ରକୃତରେ ଥିଲା ଏକ ଭୁଲ ଭୁଲେୟାଁ, ଯହିଁରେ ଥରେ ପଶିଗଲେ ବାଟ ବଣା ହୋଇ ତା’ ଭିତରେ ବନ୍ଦୀ ହୋଇ ରହିଯିବା ନିଶ୍ଚିତ । ଏମିତି ଏକ ଭୁଲ ଭୁଲେୟାଁରେ ପଡ଼ୋଶୀ ଦେଶର ରାଜାଙ୍କୁ ଛାଡ଼ି ସେ କୌଶଳ କ୍ରମେ ବାହାରି ଆସିଲେ । ପଡ଼ୋଶୀ ଦେଶର ରାଜା ତା’ ଭିତରେ ବନ୍ଦୀ ହୋଇ ରହି ଅନାହାରରେ ପ୍ରାଣ ହରା...

ବାଳକେ ମୋର ବୋଲକର-୧୨

Image
 ପାଖୁଡ଼ା-୧୨ ବାଳକେ ମୋର ବୋଲକର ଶୁକ୍ରବାର ୨୫/୨/୨୦୨୨ ଶତ୍ରୁ କିଏ ମିତ୍ର କିଏ ତାହା ଆମ ଜନ୍ମରୁ ଲିପିବଦ୍ଧ ହୋଇ ନ ଥାଏ । ଭାଗବତ କୁହନ୍ତି- କର୍ମ ଯେ ଶତ୍ରୁ ମିତ୍ର ହୋଇ । ଗୁରୁଙ୍କ ପ୍ରାୟ ଦୀକ୍ଷା ଦେଇ । ଆମ ପ୍ରତି କିଏ ଅନ୍ୟାୟ କଲେ ସେ ଆମର ଶତ୍ରୁ ବୋଲି ଆମ ମନ ଗ୍ରହଣ କରି ନିଏ । ପୁଣି ଆମେ କରୁଥିବା ଭୁଲ କାମକୁ ଯଦି କିଏ ବିରୋଧ କଲା ତାକୁ ମଧ୍ୟ ଆମେ ଶତ୍ରୁ ହିସାବରେ ଗ୍ରହଣ କରି ନେଉ । ଜୀବନ ସାରା ଏହି ପରି ଆମ ଜାଣତରେ ବା ଅଜାଣତରେ ଆମେ ଅନେକ ଶତ୍ରୁ ତିଆରି କରୁ । ଯେଉଁମାନଙ୍କର ସ୍ମୃତି ଆମକୁ କଷ୍ଟ ଦିଏ । ସେଥିରୁ ମୁକ୍ତି ପାଇଁ ଆମକୁ କ’ଣ କରିବାକୁ ହେବ ଚାଳନ୍ତୁ ନିମ୍ନ ଗପରୁ ତାହାର ସମାଧାନ ଖୋଜିବା । ଗପଟି ଏହିପରି....... ପ୍ରାର୍ଥନା ଜଣେ ତରୁଣ ସନ୍ୟାସୀ ଗୁରୁଙ୍କୁ ପଚାରିଲେ-ମୁଁ ଈଶ୍ୱରଙ୍କ ନିକଟରେ କ’ଣ ପ୍ରାର୍ଥନା କରିବା ଉଚିତ । ଗୁରୁ କହିଲେ – ତୁମେ ପ୍ରାର୍ଥନା କର ଯେ, ହେ ଈଶ୍ୱର! ମୋ ଶତ୍ରୁମାନଙ୍କୁ କ୍ଷମା କରିଦେବାର ଭାବ ମୋ ଠାରେ ଉଦୟ କର । ତରୁଣ ସନ୍ୟାସୀ ଏହା ଶୁଣି କହିଲେ-ମହାତ୍ମା, ମୋ ଶତ୍ରୁମାନଙ୍କ ଉପରେ ମୋ ମନରେ ଆକ୍ରୋଶ ବା ବିଦ୍ୱେଷ ଭାବ ନାହିଁ । ତେଣୁ ସେମାନଙ୍କୁ କ୍ଷମା କରିବାର ଭାବ ଉତ୍ପନ୍ନ ହେବା ସକାଶେ ଈଶ୍ୱରଙ୍କ ଠାରେ ପ୍ରାର୍ଥନା କରିବାର ଆବଶ୍ୟକତା ଅଛି କି? ଗୁରୁ କହିଲେ-ଯଦିଓ ତୁମେ କହୁଛ ଯେ ଶତ୍ରୁମାନଙ୍କ ବିରୋଧରେ ତୁମ ମନରେ ଆଦୌ ଆକ୍ରୋଶ ନାହିଁ କିନ୍ତୁ ଯେ...

ବାଳକେ ମୋର ବୋଲକର-୧୧

Image
 ପାଖୁଡ଼ା-୧୧ ବାଳକେ ମୋର ବୋଲକର ଶନିବାର ୧୯/୨/୨୦୨୨      ଆଜିକାଲି ସମାଜରେ ଠକ ସାଧୁ ହାଉଜାଉ । ସେମାନେ ହାତ ସଫେଇ ଦେଖାଇ, ମେଜିକ୍ ଦେଖାଇ ଲୋକଙ୍କ ମନରେ ବିଶ୍ୱାସ ଜନ୍ମେଇ ସେମାନଙ୍କୁ ଆର୍ଥୀକ, ମାନସିକ, ଧାର୍ମୀକ ଓ ବୌଦ୍ଧିକ ଦୃଷ୍ଟିରୁ ଲୁଟିବା ଦେଖାଯାଉଛି । ଠକାମିର ଶିକାର ଯେ କେବଳ ଅପାଠୁଆ ମୂର୍ଖ ଲୋକ ହେଉଛନ୍ତି ତାହା ନୁହେଁ । ଉଚ୍ଚ ଶିକ୍ଷିତ ତଥା କଥିତ ଚାଲାକ ଲୋକେ ଏମାନଙ୍କର କବ୍ଚାରେ ବେଶି ପଡ଼ୁଥିବା ଦେଖାଯାଉଛି । ଲୁଟା ଖାଇଥିବା ବ୍ୟକ୍ତିଟି ମୁହଁ ଲୁଚେଇ କାନ୍ଦେ ସିନା କାହାକୁ କିଛି କହିପାରେ ନାହିଁ । ସତରେ ତଥାକଥିତ ଆତ୍ମଘୋଷିତ ବାବାମାନେ ଦେଖାଉଥିବା ଏହି ଅଲୌକିକତା ସହ ଭଗବାନଙ୍କର କ’ଣ କିଛି ସମ୍ପର୍କ ରହିଛି? ସେ ସମ୍ପର୍କରେ ଚାଲ ଗପଟିଏ ଶୁଣିବା । ଗପଟି ଏହିପରି....... ଅଲୌକିକତା      ଜଣେ ବୃଦ୍ଧ ସାଧୁ ନିଜ କୁଡ଼ିଆରେ ବସି ପ୍ରାର୍ଥନା କରୁଥିବା ବେଳେ ସେଠାରେ ପହଁଞ୍ଚିଲେ ଜଣେ ଟୋକା ସାଧୁ । ସେ ଦୀର୍ଘ ୧୦ବର୍ଷକାଳ ହିମାଳୟରେ ସାଧନା କରି ନୂଆ ନୂଆ ଫେରିଥିଲେ । ସେ ବୃଦ୍ଧ ସାଧୁଙ୍କୁ ଡ଼ାକି କହିଲେ ଆସ ଆଗରେ ବହି ଯାଉଥିବା ଏ ନଈ ଉପରେ ଚାଲି ଆର ପଟକୁ ଯିବା । ବୃଦ୍ଧ ସାଧୁ କହିଲେ, କାହିଁକି? ଟୋକା ସାଧୁ କହିଲେ, ଓହୋ ତୁମେ ପାରିବ ନାହିଁ ପରା! ହେଇ ଦେଖ ମୁଁ ପାଣି ଉପରେ ଚାଲି ପାରୁଛି । ଏହା କହି ସେ ନଈ ପାଣି ଉପରେ ଚାଲି ଚାଲି ଆର ପାରିକୁ ଯାଇ ପୁଣି ଫେ...

ବାଳକେ ମୋର ବୋଲକର-୧୦

Image
 ପାଖୁଡ଼ା-୧୦ ବାଳକେ ମୋର ବୋଲକର ଶୁକ୍ରବାର ୧୮/୨/୨୦୨୨      ମଣିଷ ଜନ୍ମ ନେଉ ନେଉ ଶରୀର ମଧ୍ୟରେ ବନ୍ଦୀ ହୋଇ ଉକ୍ତ ଶରୀରର ଦାସତ୍ୱ ସ୍ୱୀକାର କରିନେଇ ସେହି ଶରୀରର ସେବାକରିବାରେ ଲାଗି ପଡ଼େ । ତା ପାଇଁ ବିଭିନ୍ନ ଜିନିଷ, ବିଭିନ୍ନ ବେଶ, ବିଭିନ୍ନ ଖାଦ୍ୟ ସଂଗ୍ରହ କରୁ କରୁ ସେ ଏ ଶରୀରକୁ ନିଜେ ବୋଲି ମନେ କରିବାକୁ ଲାଗେ । ଟିକେ ବଡ଼ ହେଉ ହେଉ ନିଜକୁ ନିଜେ ଦାସତ୍ୱରେ ବାନ୍ଧି କାହାର ଅଫିସରେ ନିଜକୁ ଅଫିସର ବୋଲି ଭାବେ ସିନା ବାସ୍ତବରେ ସେହି ଅଫିସର ସେ ଅନୁଗତ ଚାକରଟିଏ ପାଲଟି ଯାଏ । ଯେ ନିଜକୁ ଯେଡ଼େ ବଡ଼ ପଦବୀରେ ଅଧିଷ୍ଟିତ କରିଛି ସେ ସେତେ ବଡ଼ ଦାସ । ତା ପରେ ନିଜକୁ ପରିବାର ନାମକ ବଡ଼ ଦାସତ୍ୱର ଶୃଙ୍ଖଳରେ ବନ୍ଧନ କରିବାକୁ ହାଇଁପାଇଁ ହୁଏ । ସେଉଁ ସ୍ତ୍ରୀକୁ ସେ ଦାସୀ ବୋଲି ଭାବି ଘରକୁ ଆଣେ କେତେବେଳେ ନିଜର ଅଜାଣତରେ ତାର ବଡ଼ ଦାସ ପାଲଟି ଜୀବନ ସାରା ବଚସ୍କର ହୋଇ ତାହାର ସେବା କରେ ସେ ଜାଣି ପାରେ ନାହିଁ । ତେବେ ଏହି ଦାସତ୍ୱରୁ ମୁକ୍ତି ମିଳିବ କେମିତି ? ସେ ସମ୍ପର୍କରେ ଚାଲ ଗପଟିଏ ଶୁଣିବା । ଗପଟି ଏହିପରି....... ମୁକ୍ତି      ଯେତେବେଳେ ମହାବୀର ଘର ଓ ପରିବାର ଛାଡ଼ି ଚାଲିଯିବାକୁ ବାହାରିଲେ ସେତିକି ବେଳେ ତାଙ୍କ ଭାଇ ତାଙ୍କୁ ବିସ୍ମୟ ସହକାରେ କହିଲେ-ଭାଇ ତୁମେ ବଡ଼ ନିର୍ବୋଧ । ତା ହୋଇ ନ ଥିଲେ ଏ ରାଜପଦ, ରାଜସିଂହାସନ ଓ ରାଜ୍ୟ ଛାଡ଼ି ତୁମେ ଚାଲି ଯାଉ ନ ଥାନ୍ତ । ...